
ଭୁବନେଶ୍ୱର ,ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ,ଭଦ୍ରକ ଜିଲ୍ଲା ବାସୁଦେବପୁର ବିଜେପି ପକ୍ଷରୁ, ଭବ୍ୟ ସ୍ୱାଗତ କରାଯାଇଛି।
ସେଠାରୁ ବିରାଟ ପଟୁଆରରେ ସହର ଦେଇ ମନ୍ତ୍ରୀଙ୍କୁ ,ଅଟଳ ବିହାରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ସଭାସ୍ଥଳକୁ ପାଛୋଟି ନେଇଥିଲେ।
ସହରର ମାତାଜୀ ମଠ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ନିର୍ବାଚନ ମଣ୍ଡଳୀ ନେତା ବାଣିକଲ୍ୟା ମହାନ୍ତି, ପୂର୍ବତନ ଜିଲା ଉପ ସଭାପତି,
ଉଦୟନାରାୟନ ମଲ୍ଲିକ, ପାରିଷଦ ଜଗବନ୍ଧୁ ଦାସ, ସରପଞ୍ଚ ଅରୁଣ ମହାନ୍ତି ପ୍ରମୁଖ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।




