
ଭୁବନେଶ୍ୱର ,ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା ।
ପଣ୍ଡିଆନ ଦମ୍ପତିଙ୍କୁ ଦଳର ଉତ୍ତରାଧିକାରୀ କରିବାକୁ ଚାହୁଁଥିବା ପ୍ରସଙ୍ଗରେ, ଉତ୍ତର ରଖି କହିଛନ୍ତି, କିଏ ଚାହୁଁଛନ୍ତି ସେଇଟା ଅଲଗା କଥା । କିନ୍ତୁ ସବୁଠାରୁ ବଡକଥା ହେଉଛି ଗ୍ରହଣୀୟତା ।
ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ବାଛିଥିଲେ ।
ବିଜୁବାବୁ କ’ଣ ବାଛିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ।
ବର୍ଷର ପ୍ରଥାମ ଦିନରେ ପୁଣି ବିରୋଧୀ ବିଜୁ ଜନତା ଦଳରେ ତେଜିଲା ଉତ୍ତରାଧିକାରୀ ରାଜନୀତି ଚର୍ଚ୍ଚା ।
ଅଶୋକ ଆହୁରି କହିଛନ୍ତି ଯେ, ଓଡିଶାବାସୀ ଯାହାକୁ ଚାହିଁବେ, ସିଏ ଓଡ଼ିଶାବାସୀଙ୍କ ସ୍ବାର୍ଥ ସିଏ ହିଁ ଜାଗିବ ।
ଦଳରେ ସମସ୍ତେ କହୁଛନ୍ତି ନବୀନ ବାବୁ ଅମର ନେତା । ନବୀନ ବାବୁ କହିଛନ୍ତି, ଓଡିଶାବାସୀ ଦଳର ଉତ୍ତରାଧିକାରୀ ବାଛିବେ ।



