ଯାତ୍ରୀମାନେ ପାଇବେ ଅତ୍ୟାଧୁନିକ ସୁବିଧା ।

ଭୁବନେଶ୍ୱର , ଦିଲ୍ଲୀରୁ ପାଟନାକୁ ଗଡିବ, ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ୍ । ଗତ ମାସରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର୍ ସେବା ଆରମ୍ଭ କରିବାର ଘୋଷଣା କରିଥିଲେ । ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ଆରମ୍ଭରେ ଏହି ସେବା ଆରମ୍ଭ ହେବାର ଆଶା କରାଯାଉଛି । ଆଗକୁ ଦୀପାବଳି, ଛଠ ପୂଜା ଥିବାବେଳେ ସାଧାରଣ ଜନତା ବେଶ ଉପକୃତ ହେବେ । ବିହାର ନିର୍ବାଚନ ପୂର୍ବରୁ ଏହା ଆରମ୍ଭ ହେବାର ଆଶା କରାଯାଉଛି ।
ଟ୍ରେନରେ ରହିବ ଅତ୍ୟାଧୁନିକ ସୁବିଧା । ଘଣ୍ଟା ପ୍ରତି 180 କି.ମି ବେଗରେ ଗତି କରିବ । ଏହାର ଉଭୟ ପାର୍ଶ୍ୱରେ ଡ୍ରାଇଭର କ୍ୟାବିନ୍ ରହିଛି । ସେହିପରି CCTV ନିରୀକ୍ଷଣ, ଦୁର୍ଘଟଣା-ପ୍ରତିରୋଧୀ କୋଚ୍ ଏବଂ ଯାତ୍ରୀ ସୂଚନା ପାଇଁ LED ସ୍କ୍ରିନ୍ ଅନ୍ତର୍ଭୁକ୍ତ । ଫାୟାର ସେଫଟି ସୁବିଧା ମଧ୍ୟ ଉପଲବ୍ଧ ।
ଯାତ୍ରୀମାନେ, ଉନ୍ନତ ଅତ୍ୟାଧୁନିକ ସୁବିଧା ପାଇବେ । ବିମାନ ଭଳି ସୁବିଧା ରହିଥିବାବେଳେ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ । ରାଜଧାନୀ ଏକ୍ସପ୍ରେସରେ ୨୩ ଘଣ୍ଟାରୁ ଅଧିକ ସମୟ ନେଉଥିବା ଦିଲ୍ଲୀ-ପାଟନା ଯାତ୍ରା ମାତ୍ର ୧୧.୫ ଘଣ୍ଟା ହେବ ବୋଲି ଆକଳନ କରାଯାଇଛି ।
ଭାରତୀୟ ରେଳପଥ ଭିଡ଼ କମ କରିବା ଏବଂ ଏହି ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ଏକ ଦ୍ରୁତ, ଅଧିକ ସୁବିଧାଜନକ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।




