ଓଡ଼ିଶାଶିକ୍ଷା

କଟ ଅଫ ମାର୍କରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଗରେ

ଭୁବନେଶ୍ୱର,୦୭|୦୭: ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ଆଜିଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ତାଲିକାରୁ ବାହାରି ଯାଇଥିଲେ, ସେମାନେ ଏହି ଅବସରରେ ଆଉଥରେ ଅନ୍ତର୍ଭୁକ୍ତି ପାଇପାରିବେ। ସେଲ୍ଫ ଫାଇନାନ୍ସ ଓ ସଂସ୍କୃତ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାଉଣ୍ଡରେ ଆବେଦନ କରିପାରିବେ।

ଆସନ୍ତା ୧୦ ତାରିଖ ରାତି ୧୧ଟା ୪୫ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ଛାତ୍ରଛାତ୍ରୀମାନେ ଅତିକମରେ ଗୋଟିଏ କଲେଜ ବା ତା’ଠାରୁ ଅଧିକ କଲେଜ ପାଇଁ ଚୟନ କରିପାରିବେ। ୧୨ ତାରିଖ ଅପରାହ୍ନ ୨ଟାରେ ଓ୍ବେଟିଂ ମେରିଟ୍ ଲିଷ୍ଟ ପ୍ରକାଶ ହେବ ଏବଂ ୧୪ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ତାଲିକା କଲେଜ ନେଟିସ ବୋର୍ଡ ଓ ଅଧିକୃତ ୱେବସାଇଟରେ ମିଳିବ। ୧୫ ତାରିଖରେ ଆଡମିଶନ ସହ ଟଙ୍କା ଦାଖଲ ହେବ। ଯେଉଁମାନେ ବେଟିଂ ଲିଷ୍ଟରେ ଥିବେ, ସେମାନେ ୧୬ ତାରିଖରେ ନାମ ଲେଖାଇବେ।

 

 

Related Articles

Back to top button