ଓଡ଼ିଶା

ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳ ୯ ଟାରୁ ଠାକୁରଙ୍କ ଅବଢ଼ା ମିଳିବ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ। ଏହାଦ୍ବାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ।

ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼ା ଖାଇବା ସୁବିଧା ପାଇବେ। ସେହିଦିନଠୁ ଏକ ମାସ ଧରି ମନ୍ଦିରରେ ଭୋର୍‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ।

Related Articles

Check Also
Close
Back to top button