ମନୋରଞ୍ଜନ

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କନ୍ନଡ ଫିଲ୍ମ ଅଭିନେତା ଶିବ ରାଜକୁମାର

ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କନ୍ନଡ ଫିଲ୍ମ ଅଭିନେତା ଶିବ ରାଜକୁମାରଙ୍କୁ ପ୍ରସ୍ତାବ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। କିନ୍ତୁ ଶିବ ରାଜକୁମାର ଏହି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି।

ସେ ବିନମ୍ରତାର ସହିତ ଡିକେ ଶିବକୁମାରଙ୍କୁ ମନା କରି ଦେଇଥିଲେ। ବେଙ୍ଗାଲୁରୁରେ ଇଡିଗା ସଂପ୍ରଦାୟର ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅଭିନେତା ଶିବ ରାଜକୁମାରଙ୍କୁ ଏହି ଅଫର ଦେଇଥିଲେ।

Related Articles

Back to top button