Featuredଜାତୀୟ

ମଦ ବନ୍ଦ ସତ୍ତ୍ୱେ ବିହାରରେ ବଢୁଛି ମଦମୃତ୍ୟୁ

ପାଟନା: ବିହାରରେ  ଛପରାରେ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶାକ୍ତ ମଦ ପିଇ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପରିକି ଏକାଧିକ ଲୋକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହିଛନ୍ତି। ଏନେଇ ଏବେ ତମାମ ରାଜ୍ୟରେ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ମଦ ବ୍ୟାନ ସତ୍ତ୍ୱେ ରାଜ୍ୟରେ ମଦମୃତ୍ୟୁ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହି ମୃତାହତମାନେ ପ୍ରାୟତଃ ମଶରକ, ଇସୁଆପୁର ଓ ଅମନୌର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ।

Related Articles

Check Also
Close
Back to top button