ଓଡ଼ିଶା
ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା; ଚୁପ ବସିଛି ବିଭାଗୀୟ କର୍ମଚାରୀ ନା ଠିକାଦାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପୁର୍ତ୍ତ ବିଭାଗ ଅଧିନରେ ଥିବା ମୁଖ୍ୟ ବସ୍ତି ରାସ୍ତା ଦିର୍ଘ ଦିନ ହେଲା ଖାଲଖମାରେ ପଡିରହିଛି । ବର୍ଷା ଦିନ ହେଲେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ।

ଏନେଇ ଅନେକ ଥର ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରିଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ୧ ତାରିଖ ଦିନ ଏହାର ମରାମତି କାର୍ଯ୍ୟ ଏକ ଠିକାଦାର ଜରିଆରେ ଆରମ୍ଭ ହୋଇଥିଲା । ୧ ତାରିଖ ଦିନ ପ୍ରାୟ ୨୫୦ ମିଟର ରାସ୍ତାକୁ ସଂପୃକ୍ତ ଠିକାଦାର ଜେସିବି ସାହାର୍ଯ୍ୟରେ ଖୋଲି ଦେଇଥିଲେ । ରାସ୍ତାକୁ ଖୋଲିଦେଇ ଠିକାଦାର ଅଜିଯାଏଁ ଦେଖା ଦେଉନଥିବା ବେଳେଜନସାଧାରଣଙ୍କ ମଧ୍ୟରେ ଯିବା ଆସିବାରେ ଘୋର ଅସୁବିଧା ହେଉଛି ।

ଏହି ରାସ୍ତା ଉପରେ କେଗାଁ, ନୂଆଗାଁ, ବଡଚେରଗାଁ, ଚହକା ଓ ଉଛୁଲା ଗ୍ରାମପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ବଡ ଯାନ ଯିବା ଆସିବା କରିଥାଏ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ରାସ୍ତା ଖୋଲାହେବା ହେତୁ ରାସ୍ତା ମଝିରେ ବଡ ବଡ ମେଟାଲ ଓ ରାସ୍ତାର ଉଭୟ ପାର୍ଶ୍ୱରେ ମେଟାଲ ପଡି ରହିଥିବାରୁ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।





