ଓଡ଼ିଶା

ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ, ନିଯୁକ୍ତି ଦାବିରେ ଆନ୍ଦୋଳନ

ଅନୁଗୁଳ : ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଗ୍ରାମବାସୀ । ଏମ୍‌ସିଏଲ୍‌ କଣିହାଁ ଓସିପି ଦ୍ୱାରା କ୍ଷତିଗ୍ରସ୍ତ ଛେଳିଆ ଗ୍ରାମବାସୀମାନେ ନିଯୁକ୍ତି ଦାବି ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।
ଖବର ଅନୁଯାୟୀ,  ୨୦୦୬ ମସିହାରୁ କଟ ଅଫ ଡେଟ ହୋଇଥିଲେ ମଧ୍ୟ ଅଦ୍ୟାବଧି ନିଯୁକ୍ତି ଦେବାରେ ଅବହେଳା କରିଛନ୍ତି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ। ଏହା ମଧ୍ୟରେ ଜିଲ୍ଲାପାଳ ଏବଂ ଏମ୍‌ସିଏଲ୍‌ଙ୍କ ଉପସ୍ଥିତିରେ ଆଲୋଚନା ଏବଂ ଲିଖିତ ପ୍ରତିଶୃତି ମିଳିଥିଲେ । କିନ୍ତୁ ଏବେ ଯାଏଁ ନିଯୁକ୍ତି ଦେବାରେ ଏମ୍‌ସିଏଲ୍‌ ବିଫଳ ହେବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଛନ୍ତି। ନିଯୁକ୍ତି ତାରିଖ ନଜାଣିବା ଯାଏଁ ଧାରଣାରୁ ଓହରିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ।

Related Articles

Back to top button