ଅନ୍ତର୍ଜାତୀୟ
ସ୍କୁଲ୍ରେ ଭୟଙ୍କର ବିସ୍ଫୋରଣ । ଅନେକ ମୃତ, ଅନେକ ଆହତ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ସ୍କୁଲ୍ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ସହ କେତେକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ମୃତାହତଙ୍କ ପ୍ରକୃତ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏଭଳି ଭୟଙ୍କର ବିସ୍ଫୋରଣ ଆଫଗାନିସ୍ତାନର ଏକ ବିଦ୍ୟାଳୟରେ ଘଟିଛି ।
କୁନାର ପ୍ରାଦେଶିକ ପୋଲିସ ମୁଖ୍ୟାଳୟର ମୁଖପାତ୍ର ଫରିଦ ଦେହକାନଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ପ୍ରଦେଶର ଆନ୍ଦାର ସେର ଅଞ୍ଚଳରେ ଥିବା ଏକ ସ୍କୁଲ୍ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଅନେକ ଛାତ୍ରଛାତ୍ରୀ ମୃତାହତ ହୋଇଥିବା ସେ କହିଛନ୍ତି।
ତେବେ ବିସ୍ଫୋରଣର କାରଣ ଏବଂ ଏଥିରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ତଦନ୍ତ ପାଇଁ କୁନାର ପ୍ରଦେଶରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଚାଲିଛି ।




