ବାଣିଜ୍ୟ
ବଢ଼ିଲା ସୁନା ଦର । ପୁଣି ମୁଣ୍ଡ ବାଡ଼େଇଲେଣି ଗ୍ରାହକ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : କିଛି ଦିନ ହେବ ସୁନା ଦର କମିବା ପରେ । ଏବେ ହୁ ହୁ ହୋଇ ବଢୁଛି । ଯେଉଁଥିପାଇଁ ଚିନ୍ତାରେ ପଡିଗଲେଣି ଗ୍ରାହକ । କାରଣ କିଛି ଦିନ ପରେ ବିବାହ ସିଜିନ୍ ଆରମ୍ଭ ହୋଇଯିବ । ଆଉ ଆମ ଓଡ଼ିଆ ପରମ୍ପରା ଅନୁସାରେ ସୁନା ଦେବାର ପ୍ରଥା ବି ରହିଛି । ତେଣୁ ସୁନା ଦର ବଢିବା କଥା ଶୁଣିଲେ ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଯାଉଛି । ଆଜି ୨୨ କ୍ୟାରେଟ୍ ସୁନା ଦର ୧୪୦୦ ଟଙ୍କା ବଢିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୫୨୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୧୧୪୦ ଟଙ୍କା ବଢିଛି।
ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୧୪,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୨୪, ୮୦୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୯୩,୬୦୦ ଟଙ୍କା ହୋଇଛି। ତେବେ ରୁପା ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ପରିଲକ୍ଷିତ ହୋଇନାହିଁ। ଆଜି ରୁପା ଦର ୧ କେଜି ପିଛା ୧ ଲକ୍ଷ ୬୫ ହଜାର ଅଛି।




