ପିଲାର ଚିକିତ୍ସା ପାଇଁ ମିଳିଲାନି ଛୁଟି, ଚାକିରି ଛାଡିଲେ ମହିଳା କନଷ୍ଟେବଳ

ସରକାରୀ ଚାକିରି କରିବା ପାଇଁ କିଏ କେତେ କଷ୍ଟ କରୁଛି । ହେଲେ ମହିଳା କନଷ୍ଟେବଳ ଏହି ସରକାରୀ ଚାକିରିକୁ ତୁଚ୍ଛ କରିଦେଇଛନ୍ତି । ପିଲାର ଚିକିତ୍ସା ପାଇଁ ମିଳିଲାନି ଛୁଟି, ଶେଷରେ ଏଭଳି ନିଷ୍ପତ୍ତି ନେଲେ ମହିଳା କନଷ୍ଟେବଳ । ବାଲେଶ୍ୱର ଟ୍ରାଫିକ୍ ଥାନା ସାମ୍ନାରୁ ଆସିଛି ଏଭଳି ଏକ ଘଟଣା।
ସେ ଅଭିଯୋଗ କରିଛନ୍ତି, ନିଜ ଅସୁସ୍ଥ ଛୁଆକୁ ଡାକ୍ତର ଦେଖାଇବା ପାଇଁ ଛୁଟି ମାଗିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିଲେ। ଏହାପରେ ଥାନା ସାମ୍ନାରେ ହିଁ ଧୈର୍ଯ୍ୟ ହରାଇ କାନ୍ଦି ପକାଇଥିଲେ ମହିଳା କନେଷ୍ଟବଳ। ଥାନା ସାମ୍ନାରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଏଥିସହ କିଛି ପ୍ରଶ୍ନ କରିବା ସହ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସଂପୃକ୍ତ ମହିଳା କନଷ୍ଟେବଳ।
କାନ୍ଦୁଥିବା କନେଷ୍ଟବଳଙ୍କୁ ବୁଝାସୁଝା କରିବା ସହ ପୂରା ଘଟଣା କ’ଣ ଏବଂ ତାଙ୍କର ଅଭିଯୋଗ କ’ଣ ରହିଛି, ସେନେଇ ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ଘଟଣା କଣ ହୋଇଛି ଓ ତାଙ୍କର କଣ ଅଭିଯୋଗ ରହିଛି ସେକଥା ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ତେବେ ତାଙ୍କ ଅଭିଯୋଗ ଉପରେ ବାଲେଶ୍ବର ଟ୍ରାଫିକ୍ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।




