ଓଡ଼ିଶାଦୁର୍ଘଟଣା

ଅଗ୍ନିକାଣ୍ଡ ଯୋଗୁଁ ସୃଷ୍ଟି ହୋଇଥିଲା ଆତଙ୍କ

ଭୁବନେଶ୍ୱର, ଜଳିଗଲା ଗୋଟିଏ ପରେ, ଗୋଟିଏ ବସ୍।ଗ୍ୟାରେଜ୍‌ରେ ପାର୍କିଂ ହୋଇଥିବା, ୮ଟି ବସ୍ ରେ ଲାଗିଲା ନିଆଁ।

ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ସୃଷ୍ଟି ହୋଇଥିଲା, ଆତଙ୍କ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ,ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡ଼ି।

ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ, ଅଗ୍ନିଶମ କର୍ମଚାରୀ। ଗ୍ୟାରେଜ୍ ରେ ସବୁ ବସ୍ ଛିଡ଼ା ହୋଇଥିବା ବେଳେ ,ହଠାତ୍ ଗୋଟିଏ ବସ୍ ରୁ ନିଆଁ ବାହାରୁଥିବା, ଦେଖିବାକୁ ପାଇଥିଲେ, ସ୍ଥାନୀୟ ଲୋକେ।

ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା,ଅନ୍ୟ ବସ୍ ଗୁଡ଼ିକୁ।

କଟକ ଲିଙ୍କ୍ ରୋଡ୍‌ରେ ଘଟିଛି, ଏହି ଭୟଙ୍କରଅଗ୍ନିକାଣ୍ଡ।

Related Articles

Back to top button