Breaking Newsମନୋରଞ୍ଜନ

‘ରାମାୟଣ’ ଟିମ୍‌କୁ ଭେଟିଲେ ଅମିତ ଶାହ, ଫିଲ୍ମର ସଫଳତାକୁ କଲେ ପ୍ରଶଂସା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ବକ୍ସ ଅଫିସ୍‌ରେ ଧମାକା କରୁଛି ଫିଲ୍ମ ‘ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ’। ଫିଲ୍ମର ଏହି ସଫଳତା ଏବେ ଚର୍ଚ୍ଚାରେ। ଏହାରି ଭିତରେ ଫିଲ୍ମର ପୂରା ଟିମ୍‌କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ସାକ୍ଷାତ ସମୟରେ ଉପସ୍ଥିତ ଥିଲେ ଫିଲ୍ମର ପ୍ରଯୋଜକ ନମିତ ମାଲହୋତ୍ରା, ନିର୍ଦ୍ଦେଶକ ନିତେଶ ତିୱାରୀ, ଅଭିନେତା ରଣବୀର କପୁର, ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ସହ-ପ୍ରଯୋଜକ ନୀରଜ ସାଙ୍ଗାଇ।

ଫିଲ୍ମର ସଫଳତାକୁ ନେଇ ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ ଗୃହମନ୍ତ୍ରୀ। ଏଥିସହ ଭାରତୀୟ ସଂସ୍କୃତି, ଇତିହାସ ଏବଂ ରାମାୟଣର ମହତ୍ତ୍ୱକୁ ଏତେ ବଡ଼ ପରିସରରେ ସିନେମା ମାଧ୍ୟମରେ ଉପସ୍ଥାପନ କରିବାର ଉଦ୍ୟମକୁ ପ୍ରଶଂସା କରିଥିଲେ।ସେପଟେ ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ଏବେ ଚର୍ଚ୍ଚାରେ। ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଅଛନ୍ତି। ସେହିପରି ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଫିଲ୍ମର ବକ୍ସ ଅଫିସ୍ ସଫଳତା ମଧ୍ୟ ରେକର୍ଡ ସୃଷ୍ଟି କରିଛି। ବିଶ୍ୱବ୍ୟାପୀ ୧,୭୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ଫିଲ୍ମର ନଜର ଏବେ ୨,୦୦୦ କୋଟି ଟଙ୍କା ଆୟ ଉପରେ।କେବଳ ବକ୍ସ ଅଫିସ୍ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଫିଲ୍ମଟି ନିଜର ଉପସ୍ଥିତି ଜାହିର କରିଛି। ୨୦୨୭ ଏକାଡେମୀ ଆୱାର୍ଡସ୍‌ର ବେଷ୍ଟ ଭିଜୁଆଲ୍ ଇଫେକ୍ଟସ୍ ବର୍ଗର ୨୦ଟି ଫିଲ୍ମର ଲଙ୍ଗଲିଷ୍ଟରେ ସ୍ଥାନ ପାଇଛି ଏହି ଫିଲ୍ମ। ଭାରତୀୟ ମହାକାବ୍ୟ ରାମାୟଣକୁ ଆଧୁନିକ ସିନେମାର ଭବ୍ୟ ରୂପ ଦେବାର ଏହି ପ୍ରୟାସ ଏବେ ଦେଶ ବିଦେଶରେ ଚର୍ଚ୍ଚାରେ। ବକ୍ସ ଅଫିସ୍‌ରୁ ଆରମ୍ଭ କରି ଓସ୍କାର ଲଙ୍ଗଲିଷ୍ଟ ପର୍ଯ୍ୟନ୍ତ, ଫିଲ୍ମର ଯାତ୍ରା ଏବେ ସମସ୍ତଙ୍କ ନଜରରେ।

Related Articles

Back to top button