
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : କଟକ ବାଲିଯାତ୍ରାର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ଭୁବନେଶ୍ୱରରେ ପହଞ୍ଚିସାରିଲେଣି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ପ୍ରଥମେ ଲୋକଭବନ ଯିବେ । ଏହା ପରେ ଅପରାହ୍ଣରେ କଟକ ବାଲିଯାତ୍ରା ଉଦଘାଟନ କରିବେ।
ଏଥିପାଇଁ ସଜେଇ ହୋଇଛି ମହାନଦୀ ପଠା। ଏଥର ବାଲିଯାତ୍ରାରେ କଟକର ପ୍ରସିଦ୍ଧ ଦହିବରା ଖାଇବେ ମହାମହିମ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦହିବରା ବ୍ୟବସ୍ଥା କରାଯାଇଛି। ଏହାସହ ORMASରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି। ୭୦ ପ୍ଲାଟୁନ୍ ଫୋର୍ସ ଓ ୪୦୦ ଅଧିକାରୀ ମୁତୟନ। ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ।




