
ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ, ୨୨ ଓ ୨୩ ତାରିଖ ଦୁଇ ଦିନ,ଭାରତ ଗସ୍ତରେ ଆସୁଛନ୍ତି, ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ।।ଭାରତ ଗସ୍ତ ସମୟରେ ବାଲେନ୍ଦ୍ର ଶାହ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେପାଳ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ମୋଦୀ ଏକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନର, ମଧ୍ୟ ଆୟୋଜନ କରିବେ। ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ବାଲେନ୍ଦ୍ର ଶାହଙ୍କୁ, ଭେଟିବେ।ନଭେମ୍ବର ୨୨ ତାରିଖରେ ନେପାଳ ଏୟାରଲାଇନ୍ସ ବିମାନ ଯୋଗେ ,ବାଲେନ୍ଦ୍ର ଶାହ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତାଙ୍କ ସହ ନେପାଳର ଅର୍ଥମନ୍ତ୍ରୀ ଡକ୍ଟର ସ୍ୱର୍ଣ୍ଣିମ ୱାଗ୍ଲେ, ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା କୁମାର ବ୍ୟଞ୍ଜନକାରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଭାରତ ଆସିବେ।ଉଭୟ ଦେଶ ମଧ୍ୟରେ ରହିଥିବା ବ୍ୟାପକ ସହଯୋଗୀ ଭାଗିଦାରୀର ସମୀକ୍ଷା ସହ ଆଗାମୀ ଦିନରେ ପାରସ୍ପରିକ ସହଯୋଗ କିପରି ବଢ଼ିବ, ସେନେଇ ଆଲୋଚନା ହେବ। ଏହାଦ୍ୱାରା ଉଭୟ ଦେଶର ନାଗରିକ ଅଧିକ ଲାଭବାନ ହୋଇପାରିବେ, ବୋଲି ଆଶା ରଖାଯାଇଛି। ଏହି ଗସ୍ତରେ ଭାରତ-ନେପାଳ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ, ଗୁରୁତ୍ୱ ଦିଆଯିବ। ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ସଭ୍ୟତାଗତ ସମ୍ପର୍କ, ସାଂସ୍କୃତିକ ସମାନତା ଓ ଲୋକଙ୍କ ମଧ୍ୟରେ ରହିଥିବା ଘନିଷ୍ଠ ଯୋଗାଯୋଗ ଏହି ବନ୍ଧୁତାର ମୂଳ ଆଧାର ବୋଲି ନେପାଳ ସରକାର କହିଛନ୍ତି।




