ଅନ୍ତର୍ଜାତୀୟବାଣିଜ୍ୟ

ଗହଣା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର।

ଭୁବନେଶ୍ୱର,ବଜାର ବିଶ୍ଳେଷକଙ୍କ ମତରେ, ଆଗାମୀ ଦିନରେ ଆମେରିକାର ଫେଡେରାଲ୍ ରିଜର୍ଭର ସୁଧହାର ନୀତି, ଡଲାରର ମୂଲ୍ୟ, ବିଶ୍ୱ ଅର୍ଥନୀତିର ସ୍ଥିତି ଏବଂ ନିବେଶକଙ୍କ ଚାହିଦା, ସୁନା ଦରର ଗତି ନିର୍ଦ୍ଧାରଣ କରିପାରେ।ନଭେମ୍ବର ୨୦ ସକାଳର ଖୁଚୁରା ବଜାର ରିପୋର୍ଟ ଅନୁସାରେ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୨୫ ହଜାର ୭୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧୫ ହଜାର ୨୫୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୯୪ ହଜାର ୩୩୦ ଟଙ୍କା ରହିଛି। ବଜାର ବିଶ୍ଳେଷକଙ୍କ ମତରେ, ଆଗାମୀ ଦିନରେ ଆମେରିକାର ଫେଡେରାଲ୍ ରିଜର୍ଭର ସୁଧହାର ନୀତି, ଡଲାରର ମୂଲ୍ୟ, ବିଶ୍ୱ ଅର୍ଥନୀତିର ସ୍ଥିତି ଏବଂ ନିବେଶକଙ୍କ ଚାହିଦା ସୁନା ଦରର ଗତି, ନିର୍ଦ୍ଧାରଣ କରିପାରେ।ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ଏବଂ ଫେଡେରାଲ୍ ରିଜର୍ଭର କଠୋର ମୁଦ୍ରାନୀତି ଆଶଙ୍କା ଯୋଗୁଁ, ଅନ୍ତର୍ଜାତୀୟ ବଜାରରେ ସୁନା-ରୁପା ଉପରେ ଚାପ ବଢ଼ିଛି।ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା ବଢ଼ିଲେ ନିବେଶକମାନେ, ପୁଣି ସୁନା ଆଡ଼କୁ ମୁହାଁଇପାରନ୍ତି, ଯାହା ଦର ବୃଦ୍ଧିର କାରଣ ହୋଇପାରେ। ଏହାସହ ଭାରତରେ ବିବାହ ଋତୁ ଚାଲିଥିବାରୁ, ଗହଣାର ଚାହିଦା ବଢ଼ିବାର ସମ୍ଭାବନା ରହିଛି। ତେବେ ଅନ୍ତର୍ଜାତୀୟ ବଜାରରେ ଦର ଖସିଲେ ଘରୋଇ ବଜାରରେ, ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।  ଗହଣା କିଣିବା ପୂର୍ବରୁ ଗ୍ରାହକମାନେ, ସ୍ଥାନୀୟ ସୁନା ଦର, GST, ମେକିଂ ଚାର୍ଜ ଓ BIS ହଲ୍‌ମାର୍କ ଯାଞ୍ଚ କରିବା ଉଚିତ।

Related Articles

Back to top button