
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆକୁ ନେଇ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଆନ୍ଧ୍ର କରିବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବ ସୂଚନାନୁସାରେ ୨୦୨୬ ନଭେମ୍ବର ୨୯ରେ ନିର୍ବାଚନ ଅନୁଷ୍ଠିତ ନହୋଇ ଡିସେମ୍ବର ହେବ । ନୂଆ ସୂଚୀ ଅନୁସାରେ ଡିସେମ୍ବର ୨ରେ ମତଦାନ ପାଇଁ ଘୋଷଣା ହୋଇଛି । ଏ ନେଇ ଆନ୍ଧ୍ର ତା’ର ପ୍ରସ୍ତୁତି ଜାରି ରଖିଛି ।
କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ଡିସେମ୍ବର ୨ରେ ଭୋଟ୍ ହେବ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ସେହିପରି ଅପରାହ୍ନ ୨ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।
ଏପଟେ ଓଡ଼ିଶା ମଧ୍ୟ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଯୋଜନା କରୁଛି । ପୂର୍ବରୁ ନଭେମ୍ବର ୨୯ରେ କୋଟିଆରେ କୋରାପୁଟ ପରବ ଆୟୋଜନ ପାଇଁ ଯୋଜନା ହୋଇଥିଲା। ଲକ୍ଷ୍ୟ ଥିଲା ପରବ ମାଧ୍ୟମରେ ସୀମାନ୍ତ ଅଞ୍ଚଳର ଲୋକଙ୍କ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ମଜବୁତ କରିବା । ତେବେ କୋଟିଆରେ ଆନ୍ଧ୍ର ନିର୍ବାଚନ ରୋକିବାକୁ ସରକାର ଏଥର କ’ଣ ନୂଆ ପଦକ୍ଷେପ ନେଉଛନ୍ତି ଏବଂ କେତେ ସଫଳ ହେଉଛନ୍ତି ତାହା ଉପରେ ନଜର ରହିଛି ।




