ଓଡ଼ିଶାପାଣିପାଗ

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା

ଭୁବନେଶ୍ୱର, ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଚିକିଟିଠାରୁ, ଖଲ୍ଲିକୋଟ ଓ ଚିଲିକା ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରାଯାଇଛି।

ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପରିଚାଳନା, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।ଉପକୂଳବର୍ତ୍ତୀ, ଦୁର୍ଗମ ଓ ଭୂସ୍ଖଳନପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବରିଷ୍ଠ ଅଧିକାରୀମାନେ, କ୍ଷେତ୍ର ପରିଦର୍ଶନ କରିବା ସହ, ସ୍ଥାନାନ୍ତର କାର୍ଯ୍ୟର ତଦାରଖ, କରୁଛନ୍ତି।

ତ୍ୱରିତ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜିଲ୍ଲାରେ ୧୨ଟି ଓଡ୍ରାଫ୍ ଟିମ୍, ୩ଟି ଏନଡିଆରଏଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ମୁତୟନ କରାଯାଇଛି।  ଗଛ ଉପୁଡ଼ିବା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ, ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ,ଏହି ଟିମ୍ ଗୁଡ଼ିକୁ, ପ୍ରସ୍ତୁତ ରଖାଯାଇଛି। ସମସ୍ତ ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ସୁବିଧା ଓ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ‘ଅକୱାନ’କୁ ଦୃଷ୍ଟିରେ ରଖି, ଗଞ୍ଜାମ ଜିଲ୍ଲାରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି।

Related Articles

Back to top button