Featuredଓଡ଼ିଶାରାଜନୀତି

୨୪ ହଜାର ୧୫୦ କୋଟିର ଅତିରିକ୍ତ ବଜେଟ୍ ଆଣିଲେ ଓଡ଼ିଶା ସରକାର

ମୋବାଇଲ ନ୍ୟୁଜ 24×7,  ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଓଡ଼ିଶା ବିଧାନ ସଭାରେ ଆଗତ ହୋଇଛି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ ମୁଖ୍ୟମନ୍ତ୍ରୀ  ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ୨୪, ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନା କରିଛନ୍ତି । ଖାଦ୍ୟ ସୁରକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିକାଶ, ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି ବିକାଶ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଏବଂ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ର ପାଇଁ ପାଣ୍ଠି ଆବଣ୍ଟନ କରାଯାଇଛି । ଏହି ଅବସରରେ ସମାଜର ସମସ୍ତ ବର୍ଗର କଲ୍ୟାଣ ଏବଂ ସମସ୍ତ କ୍ଷେତ୍ରରେ ଅଗ୍ରଗତି ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ ବୋଲି ମୋହନ କହିଛନ୍ତି ।

 

Image

ମୋଟ୍ ୨୪ ହଜାର ୧୫୦ କୋଟି ଟଙ୍କା ମଧ୍ୟରୁ କାର୍ଯ୍ୟକ୍ରମ ବାବଦ ବ୍ୟୟ ପାଇଁ ୧୭, ୯୯୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ପାଇଁ ୫, ୧୦୦ କୋଟି ଏବଂ ପ୍ରଶାସନିକ ବ୍ୟୟ ପାଇଁ ୧, ୦୬୦ କୋଟି ଟଙ୍କା ଉଦ୍ଦିଷ୍ଟ ରହିଛି । ଏହି ଅତିରିକ୍ତ ଆବଣ୍ଟନ ମାଧ୍ୟମରେ ସରକାର ଜନସାଧାରଣଙ୍କ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ବିପର୍ୟ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ରାଜ୍ୟର ବିକାଶମୂଳକ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

 

Related Articles

Back to top button