ଓଡ଼ିଶାପାଣିପାଗ

ଆଖି ପିଛୁଳାକେ ମାଡ଼ି ଆସୁଛି ବାତ୍ୟା ‘ଅକୱାନ୍’! ୨୦ ତାରିଖରେ ଲ୍ୟାଣ୍ଡଫଲ୍ !

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଚଳିତ ସିଜିନର ତୃତୀୟ ବାତ୍ୟା ‘ଅକୱାନ୍’। ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ଏହି ବାତ୍ୟା। ବର୍ତ୍ତମାନ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି ‘ଅକୱାନ୍’।ବର୍ତ୍ତମାନ ଏହା ଚେନ୍ନାଇଠାରୁ ୬୧୦ କିଲୋମିଟର, ତ୍ରିକୋମାଲିଠାରୁ ୬୩୦ କିଲୋମିଟର, ମଛଲିପଟ୍ଟନମ୍‌ଠାରୁ ୬୬୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ୬୭୦ କିଲୋମିଟର ଦୂରରେ ରହିଛି। ସେହିପରି ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦୂରରେ ରହିଛି ବାତ୍ୟା।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ବାତ୍ୟା ‘ଅକୱାନ୍’ ଭୀଷଣ ବାତ୍ୟାର ରୂପ ନେଇପାରେ। ଏହାପରେ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି।ସବୁଠାରୁ ବଡ଼ କଥା ହେଉଛି, ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ।ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟାର ପ୍ରଭାବ ଅଧିକ ଭୟଙ୍କର ହୋଇପାରେ। ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ତେଣୁ ସମସ୍ତେ ସତର୍କ ରୁହନ୍ତୁ ଏବଂ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଓ ସରକାରୀ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ।

Related Articles

Back to top button