ଅପରାଧଓଡ଼ିଶା

ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ବଡ଼ ଝଟ୍‌କା

ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ବଡ଼ ଝଟ୍‌କା । ଜାମିନ ଆବେଦନକୁ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ । ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆଉ ଜାମିନ ମଞ୍ଜୁର ନ ହେବା ପରେ ଏବେ ଭାସ୍କର ରାଓ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି । ରାୟଗଡ଼ାର ବହୁଚର୍ଚ୍ଚିତ ୨୦୧୦ ମସିହାର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଆତ୍ମସମର୍ପଣ କରିଥିଲେ ଭାସ୍କର ରାଓ ।

ସୂଚନାଯୋଗ୍ୟ ଯେ, ଗତ ୨୨ ଜାନୁଆରୀ ୨୦୨୬ରେ ଓଡ଼ିଶା ହାଇକୋର୍ଟ ଏହି ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ । ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ଦେଇଥିବା ଆଗୁଆ ଜାମିନକୁ ନାକଚ କରିବା ସହ ୨ ସପ୍ତାହ ମଧ୍ୟରେ ରାୟଗଡ଼ା ଏସଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଘଟଣାରେ ଭାସ୍କର ରାଓଙ୍କ ସମେତ ଇପିଲି ସନ୍ୟାସୀ ରାଜୁ, ଆଦିନାରାୟଣ ରାଓ, କେ. କ୍ରୀଷ୍ଣା ରାଓ ଏବଂ ପି. ଦିଲୀପ କୁମାର ମଧ୍ୟ ଅଭିଯୁକ୍ତ ରହିଛନ୍ତି । ସମସ୍ତ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଜାମିନ ଆବେଦନ ନାକଚ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Related Articles

Back to top button