Breaking Newsଶିକ୍ଷା
ମାର୍ଚ୍ଚ ୧୨ରୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା

ବାହାରିଲା ଦଶମ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ । ଆସନ୍ତା ମାର୍ଚ୍ଚ ୧୨ରୁ ୨୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବା ବେଳେ ମାର୍ଚ୍ଚ ୧୨ରେ ପ୍ରଥମ ଭାଷା ପରୀକ୍ଷାରୁ ଆରମ୍ଭ ହେବ ପରୀକ୍ଷା ପ୍ରକ୍ରିୟା। ଏ ନେଇ ଘୋଷଣା କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।
କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୧୫ରେ ବିଜ୍ଞାନ, ୧୭ରେ ଗଣିତ, ୧୮ରେ ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ ଏବଂ ୧୯ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୨୪ରେ ଦ୍ୱିତୀୟ ଭାଷା, ୨୫ରେ ହିନ୍ଦୀ ଏବଂ ୨୭ ତାରିଖରେ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ। କାର୍ଯ୍ୟସୂଚୀ ଅନୁସାରେ ପ୍ରସ୍ତୁତି ଆରମ୍ଭ କରିବାକୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।



