Breaking Newsଓଡ଼ିଶାପାଣିପାଗ
୧୬ ନଭେମ୍ବରରେ ବାତ୍ୟା ଆଶଙ୍କା! ସତର୍କ ରୁହନ୍ତୁ ଉପକୂଳବାସୀ

ମୋବାଇଲ ନ୍ୟୁଜ 24x 7 ବ୍ୟୁରୋ : ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବର ୧୩ ତାରିଖ ସକାଳ ସାଢ଼େ ୮ଟା ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୪ ତାରିଖରେ ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। ଏହାପରେ ନଭେମ୍ବର ୧୫ ତାରିଖ ସକାଳ ସୁଦ୍ଧା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ସେହିପରି ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ମଧ୍ୟ ବଙ୍ଗୋପସାଗରରେ ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ।
ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ଉପକୂଳ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ହେଉଥିବା ପରବର୍ତ୍ତୀ ସୂଚନା ଉପରେ ନଜର ରଖନ୍ତୁ। ବାତ୍ୟାର ଗତିପଥ କେଉଁ ଦିଗକୁ ରହିବ? ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ? ଏସବୁ ଉପରେ ରହିଛି ସମସ୍ତଙ୍କ ନଜର।




