Breaking Newsଜାତୀୟରାଜନୀତି

ଗାନ୍ଧୀ ପରିବାରକୁ ନେଇ ପୋଷ୍ଟ । କଙ୍ଗନାଙ୍କ ନାଁରେ ଏତଲା ।

ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁରେ ଏତଲା । ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ତାଙ୍କ ନାଁରେ ରୁଜୁ ହୋଇଛି ଏତଲା ବା FIR । ହିମାଚଳ ପ୍ରଦେଶର ଶିମଲା ପୋଲିସ ଏହି ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ, ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଗାନ୍ଧୀ ପରିବାରକୁ ନେଇ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ଇଙ୍ଗିତ କରାଯାଇଥିବା ଅଭିଯୋଗ ହୋଇଛି । ଶିମଲାର ଅବସରପ୍ରାପ୍ତ କ୍ୟାପଟେନ ଅତୁଲ ଶର୍ମା ଏହି ପୋଷ୍ଟ ବିରୋଧରେ ଅଭିଯୋଗ ଆଣିଥିଲେ । ତାଙ୍କ କହିବା ଅନୁସାରେ, ପୋଷ୍ଟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଜଣେ ରହସ୍ୟମୟ ବିଦେଶୀ ନାଗରିକ ଭାବେ ଉଲ୍ଲେଖ କରାଯାଇଥିବା ସହ ଗାନ୍ଧୀ ପରିବାରର ସଦସ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହଜନକ ମନ୍ତବ୍ୟ ଦିଆଯାଇଥିଲା ।

ଏପରିକି ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମାନେକା ଗାନ୍ଧୀ ପରିବାର ଛାଡ଼ିବା ଘଟଣାକୁ ମଧ୍ୟ ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା । ଏହି ଲେଖା କେବଳ ରାଜନୈତିକ ସମାଲୋଚନା ନୁହେଁ, ବରଂ ସମାଜରେ ଅଶାନ୍ତି ଓ ବିଭେଦ ସୃଷ୍ଟି କରିପାରେ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି ।

Related Articles

Back to top button