Breaking Newsଓଡ଼ିଶାରାଜନୀତି
ଜାତୀୟ ବାନ୍ଦନା ପର୍ବ ଉତ୍ସବ। ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

ଜାତୀୟ ବାନ୍ଦନା ପର୍ବ କାର୍ଯ୍ୟକ୍ରମରେ କମ୍ପୁଛି ମୟୁରଭଞ୍ଜ । ମୟୁରଭଞ୍ଜର ଆଗୁଆଡ ଗାଁରେ ଆୟୋଜିତ ଏହି ଉତ୍ସବ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ସମାଗମ ହୋଇଥିଲା। ଆଉ ଏଥିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କାର୍ଯ୍ୟକ୍ରମରେ କୁଡୁମୀ ସମ୍ପ୍ରଦାୟର ଲୋକେ ଝୁମର ସଂଗୀତର ତାଳେ ତାଳେ ନାଚିଥିଲେ। ଲୋକଙ୍କ ସମାଗମକୁ ନଜରରେ ରଖି କୁଡୁମୀଙ୍କ ପାରମ୍ପରିକ ଖାଦ୍ୟ,ପିଠା ଆଦି ଷ୍ଟଲ ଲାଗିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ଷ୍ଟଲ ବୁଲି ଦେଖିଥିଲେ। କେଉଁଠି ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ତ କେଉଁଠି ମହିଳାଙ୍କ ସହ ଆଲୋଚନା କରିଥିଲେ।



