
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗାଙ୍ଗଦହଣୀ କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇବାକୁ ଯୋଗ୍ୟତା ଅର୍ଜନ କରିଛି ।
ସେକେଣ୍ଡାରୀ ସ୍କୁଲ୍ ଭାବରେ ୨୦୨୨-୨୩ ଶିକ୍ଷା ବର୍ଷରେ ପୁରୁଷୋତ୍ତମପୁର ମଣ୍ଡଳରେ ତୃତୀୟ ଏବଂ ୨୦୨୩-୨୪ ଶିକ୍ଷା ବର୍ଷରେ ପ୍ରଥମ ସ୍ଥାନରେ ରହିଥିଲା । ପୂର୍ବ ବର୍ଷର ସଫଳତାକୁ ଦୋହରାଇ ପୁଣି ଥରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବାକୁ ଯାଉଛି ଗାଙ୍ଗଦହଣୀସ୍ଥିତ ଏହି ଉଚ୍ଚ ବିଦ୍ୟାଳୟ ।
ସେହିପରି ଉଭୟ ୨୦୨୩-୨୪ ଏବଂ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ କ୍ରୀଡ଼ା ଶିକ୍ଷକ ଶ୍ରୀ ନିର୍ମଳ ବସନ୍ତିଆ ଜିଲ୍ଲା ସ୍ତରରେ, ବିଦ୍ୟାଳୟ ପରିଚାଳନା କମିଟି (SMC) ବ୍ଲକ୍ ସ୍ତରରେ ଏବଂ ପୁରାତନ ଛାତ୍ର ସଂସଦ ଜିଲ୍ଲା ସ୍ତରରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ସବୁ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।




