କ୍ରୀଡ଼ା

ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ। ନେତୃତ୍ବ ନେବେ ଶ୍ରେୟସ୍ ଆୟାର।

ଚତୁର୍ଥ ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଆଉ ପ୍ରଥମ ଥର ପାଇଁ ଦିନିକିଆ ଦଳର ନେତୃତ୍ବ ନେବେ ଟି-ଟ୍ବେଣ୍ଟି କ୍ୟାପଟେନ୍ ଶ୍ରେୟସ୍ ଆୟାର। ଉପଅଧିନାୟକ ଦାୟିତ୍ବ ତୁଲାଇବେ ଈଶାନ କିଷାନ। ପ୍ଲେଇଂ ଇଲେଭେନରେ ଏକାଧିକ ପରିବର୍ତ୍ତନ ହୋଇପାରେ। ଗିଲ୍ ଅନୁପସ୍ଥିତ ଥିବାରୁ ରୋହିତଙ୍କ ସହିତ ଈଶାନ ଓପନିଂ କରିପାରନ୍ତି। ସେହିଭଳି ଟେଷ୍ଟ ପ୍ରସ୍ତୁତି ପାଇଁ ୱେଲିଂଟନ୍ ଗସ୍ତରେ ଥିବା ଦ୍ରୁତ ବୋଲର କମ୍ବୋଜଙ୍କ ଜାଗାରେ ସିରାଜ ଖେଳିପାରନ୍ତି।

ଆଜିର ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ମାଟିରେ ଶୃଙ୍ଖଳା ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ୫ ଟିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚକୁ ଭାରତ ଜିତିନେଇଥିବାବେଳେ ତୃତୀୟ ମ୍ୟାଚକୁ ବର୍ଷା ଧୋଇନେଇଥିଲା। ଏବେ ଭାରତ ୨-୦ରେ ସିରିଜରେ ଆଗରେ ରହିଛି। ସେପଟେ ଶୃଙ୍ଖଳା ପରାଜୟ ଆଶା ଭାଙ୍ଗିବା ଲକ୍ଷ୍ୟରେ ରହିଛି ଘରୋଇ ନ୍ୟୁଜିଲାଣ୍ଡ। ସେପଟେ ଟେଷ୍ଟ ପ୍ରସ୍ତୁତି ପାଇଁଅ ନ୍ୟୁଜିଲାଣ୍ଡ ଦଳର ଅନେକ ଖେଳାଳି ମଧ୍ୟ ବଦଳିପାରନ୍ତି। ଦିନିକିଆ ଶୃଙ୍ଖଳା ଶେଷ ହେବାର ତିନି ଦିନ ପରେ ଟେଷ୍ଟ ଆରମ୍ଭ ହେଉଥିବାରୁ ଅନେକ ଖେଳାଳି ପ୍ରସ୍ତୁତି ପାଇଁ ବାହାରିପଡ଼ିଲେଣି।

Related Articles

Back to top button