Breaking Newsଓଡ଼ିଶା

କହିଲେ ମନ୍ତ୍ରୀ : ଏହି ଦିନ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର

ହିତାଧିକାରୀଙ୍କ ପାଇଁ ଖୁସି ଖବର ।ନଭେମ୍ବର ୧୪ ତାରିଖରେ ମିଳିବ ପକ୍କା ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ଟି ପକ୍କା ଘର ଆବଣ୍ଟନ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ।ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ଏଥିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବେ। ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ତେବେ କେବଳ ବଲାଙ୍ଗିର ନୁହେଁ, ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ। ପୂର୍ବରୁ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ମିଳିଥିବା ବେଳେ ଆସନ୍ତା ୧୪ ତାରିଖରେ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ଟି ଘର ଆବଣ୍ଟନ କରାଯିବ। ଏହାଦ୍ୱାରା ଆହୁରି ଲକ୍ଷାଧିକ ପରିବାରଙ୍କ ପକ୍କା ଘର ସ୍ୱପ୍ନ ପୂରଣ ହେବ।

Related Articles

Back to top button