Breaking Newsକ୍ରୀଡ଼ା

ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ମହମ୍ମଦ ଶାମି!

ଅଲବିଦା ନେଲେ ମହମ୍ମଦ ଶାମି । ୧୩ ବର୍ଷର ଟେଷ୍ଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇ ଟେଷ୍ଟ କ୍ରିକେଟ୍ ରୁ ବିଦାୟ ନେଇଛନ୍ତି । ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ଟେଷ୍ଟ ଯାତ୍ରା। ତାଙ୍କ ବୋଲିଂରେ ଘାଇଲା ହେଇଯାଉଥିଲେ ପ୍ରତିଦ୍ବନ୍ଦ୍ବୀ ଦଳ । ହେଲେ ଏବେ ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ଷ୍ଟାର୍ ଭାରତୀୟ ପେସର୍ ମହମ୍ମଦ ସାମି।

୨୦୧୩ ମସିହା ନଭେମ୍ବର ୬ ତାରିଖରେ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଆଉ ୧୩ ବର୍ଷ ପରେ ଠିକ୍ ସେହି ତାରିଖରେ ହିଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ହାସଲ କରିଛନ୍ତି ଶାମି। ୨୭.୭୧ ହାରରେ ୱିକେଟ୍ ନେଇଥିବା ସାମିଙ୍କ ନାଁରେ ରହିଛି ୬ଟି ପାଞ୍ଚ ୱିକେଟ୍ ସଫଳତା। ଇଂଲଣ୍ଡ ବିପକ୍ଷରେ ୫୬ ରନ୍ ଦେଇ ୬ ୱିକେଟ୍ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।

ସ୍ପିଡ୍, ରିଭର୍ସ ସୁଇଂ ଏବଂ ପୁରୁଣା ବଲ୍ ରେ ବ୍ୟାଟର୍ ଙ୍କୁ ଅସୁବିଧାରେ ପକାଇବାର କଳା ପାଇଁ ସାମି ଭାରତୀୟ ବୋଲିଂ ଲାଇନର ମୁଖ୍ୟ ଅସ୍ତ୍ର ଥିଲେ। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ମଧ୍ୟ ତାଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟୀର। କିନ୍ତୁ ବାରମ୍ବାର ଦଳରୁ ବାଦ୍ ପଡ଼ିବା ଏବଂ ଚୟନ ନିରାଶା ଯୋଗୁଁ ସେ ଏଭଳି କଠିନ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

Related Articles

Back to top button