Breaking Newsଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଚଳଚଞ୍ଚଳ ଭଦ୍ରକ ସହର । ୯ ଦିନ ପୂଜା ପାଇବେ ମା’ ଭଦ୍ରକାଳୀ

ଧରାବତରଣ କରିବେ ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ । ସପ୍ତଦିନ ବ୍ୟାପୀ ସପ୍ତମାତୃକା ବେଶରେ ପୂଜା ପାଇବେ ମା’ । ଏ ନେଇ ଜୋରଦାର ପ୍ରସ୍ତୁତି ସରିଛି । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଆଉ ବିଶେଷକରି ଚଳଚଞ୍ଚଳ ହେଲାଣି ଭଦ୍ରକ। ୯ ଦିନ ଧରି ଚାଲିବ ମା’ ଶ୍ୟାମାକାଳୀଙ୍କ ଆରାଧନା। ଏଥିପାଇଁ ସହରର ୧୧ଟି ପୂଜାମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି। କେବଳ ପୂଜା ଆୟୋଜନ ନୁହେଁ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ସୁବିଧା ଉପରେ ମଧ୍ୟ ଦିଆଯାଉଛି ଗୁରୁତ୍ୱ।

ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ, ପରିମଳ ଓ ଜନସ୍ୱାସ୍ଥ୍ୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। । ଏଥିସହ ଶ୍ରେଷ୍ଠ ପୂଜାମଣ୍ଡପ ପାଇଁ ଘୋଷଣା ହୋଇଛି ଆକର୍ଷଣୀୟ ପୁରସ୍କାର।ଅନ୍ୟପଟେ କଟକ ସହରରେ ୭୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ। ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା, ମିନାବଜାର ଓ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୂଜାମଣ୍ଡପ। ମା’ଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇଉଠିଛି କଟକ ସହର।

Related Articles

Back to top button