ଓଡ଼ିଶା

ଖୋଲିବ ୨୯୦ଟି ଇଭି ଚାର୍ଜିଂ ଷ୍ଟେସନ୍‌!

ଆପଣଙ୍କର ଯଦି ଇଲେକ୍ଟ୍ରିକ୍ ଯାନ ଅଛି ତାହେଲେ ଆପଣଙ୍କୁ ଆଉ ଚାର୍ଜ ବସାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି । କାରଣ ରାଜ୍ୟରେ ଆଉ ୨୯୦ଟି ନୂଆ ଇଭି ଚାର୍ଜିଂ ଷ୍ଟେସନ୍ ଖୋଲିବ । ଏଥିପାଇଁ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନାରେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଛି ରାଜ୍ୟ । ରାଉରକେଲା, ତାଳଚେର, ସମ୍ବଲପୁର, ପାରାଦୀପ, ବଡ଼ବିଲ, ବେଲପାହାଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, ଝାରସୁଗୁଡ଼ା, ଯୋଡ଼ା, କେନ୍ଦୁଝର ଓ ରାଜଗାଙ୍ଗପୁରରେ ଏହି ଷ୍ଟେସନ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।

ମାନେ ଓଡ଼ିଶାର ୧୩ଟି ସହର ସହ ରାଜପଥରେ ଅତ୍ୟାଧୁନିକ ଇଭି ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ପାଇଁ ଯୋଜନା ରହିଛି ।ସେହିପରି ପର୍ଯ୍ୟଟନ ବିଭାଗର ୬୮ଟି ‘ୱେସାଇଡ୍ ଆମେନିଟି ସେଣ୍ଟର’ରେ ମଧ୍ୟ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରାଯିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୭ଟି ସହରରେ ୧୭୦ଟି ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ମଞ୍ଜୁରି ମିଳିସାରିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୯୦ଟି ଷ୍ଟେସନ୍ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏଜେନ୍ସି ଭାବେ ଭେଲ୍‌କୁ ନିୟୋଜିତ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ବୈଦ୍ୟୁତିକ ଯାନ ବ୍ୟବହାର ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ମିଳିବ ।

Related Articles

Back to top button