Breaking Newsଜାତୀୟ

ଶୀତ ଆସୁ ଆସୁ ଅଣନିଶ୍ୱାସୀ ରାଜଧାନୀବାସୀ

ଅଣନିଶ୍ୱାସୀ ହେଲେଣି ରାଜଧାନୀବାସୀ । ଶୀତ ଆସୁ ଆସୁ ଦିଲ୍ଲୀରେ ବିଷାକ୍ତ ହେଲାଣି ପବନ ! ସକାଳୁ ସକାଳୁ ରାଜଧାନୀର ବାୟୁ ଗୁଣବତ୍ତା ଖସି ଅତି ଖରାପ ବର୍ଗରେ ପହଞ୍ଚିଛି । ନଭେମ୍ବର ୨ ତାରିଖ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୧୪ ରେକର୍ଡ ହୋଇଛି । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର ବାୟୁ ଗୁଣବତ୍ତା ଏତେ ଖରାପ ସ୍ତରକୁ ଖସିଛି ।

ଏ ନେଇ ବଢ଼ିଲା ସରକାରଙ୍କ ଚିନ୍ତା । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଛି ନୂଆ କଟକଣା । ପୁରୁଣା ଗାଡ଼ିର ପ୍ରବେଶ ଉପରେ ରୋକ୍‌ଠାରୁ ଆରମ୍ଭ କରି ୱାର୍କ ଫ୍ରମ୍ ହୋମ୍ ପର୍ଯ୍ୟନ୍ତ ଏକାଧିକ ପଦକ୍ଷେପ ନିଆଯାଇଛି । ଏପରିକି ଗାଡ଼ିର PUC ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ନଭେମ୍ବର ୧ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏହି କଟକଣା ଲାଗୁ ରହିବ ।

ତେବେ CPCB ସ୍ପଷ୍ଟ କରିଛି ଯେ, ସକାଳ ୧୦ଟାର AQI ହେଉଛି ସକାଳର ରିଡିଂ । ଏହା ଦିନସାରାର ହାରାହାରି ନୁହେଁ। ଦୈନିକ ହାରାହାରି AQI ରିପୋର୍ଟ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ।

Related Articles

Back to top button