ଆସନ୍ତାକାଲି ସ୍କୁଲ, କଲେଜ ଛୁଟି

ଭୟ ବାଢ଼ିଲାଣି ବାତ୍ୟା ଅର୍ଣ୍ଣବ । ଆଉ ଧୀରେ ଧୀରେ ଆଖି ଦୃଶ୍ୟମାନ ହେଲାଣି। ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପ୍ରବଳ ବର୍ଷା ସହ ବହୁଛି ପବନ । ଆସନ୍ତାକାଲି ଏହାର ପ୍ରଭାବ ଆହୁରି ଦେଖିବାକୁ ମିଳିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ଏଥିରେ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ୍ ଓ କଲେଜ ସାମିଲ ରହିଛି। ପିଲାମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି।
ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କଟକ ଜିଲ୍ଲାରେ ୩୦୦ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଏଠାରେ ରଖାଯାଇପାରିବ।ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ- ବାତ୍ୟା ଓ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଗର୍ଭବତୀ ମହିଳାଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ପାଇଁ କୁହାଯାଇଛି।
ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ସହାୟତା ପାଇଁ ଏହି ଟିମ୍ଗୁଡ଼ିକ ପ୍ରସ୍ତୁତ ରହିବେ। ଏଥିସହ ଜିଲ୍ଲାରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ବାତ୍ୟା ସମୟରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ଓ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉପରେ ପ୍ରଶାସନ ନଜର ରଖିଛି।ସମ୍ଭାବ୍ୟ ବାତ୍ୟାକୁ ନେଇ କଟକ ଜିଲ୍ଲା ପ୍ରଶାସନ ସତର୍କ ରହିଥିବା ବେଳେ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।




