ବିଜୟ-ରଶ୍ମିକା ଛାଡପତ୍ର !ସୋସିଆଲ୍ ମିଡିଆରେ ହେଉଛି ଚର୍ଚ୍ଚା

ସାଉଥ୍ ସିନେମାର ପାୱାର କପୁଲ୍ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଦର୍ଶକମନେ ଏହି ଯୋଡିକୁ ଖୁବ ପସନ୍ଦ କରନ୍ତି । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଅନେକ ଚର୍ଚା କରନ୍ତି। ହେଲେ ଏବେ ଉଭୟଙ୍କ ପ୍ରେମ କାହାଣୀକୁ ନେଇ ନୁହେଁ ବରଂ ସେମାନଙ୍କ ଛାଡ଼ପତ୍ରକୁ ନେଇ ଚର୍ଚା ନେଉଛି। ସୋସିଆଲ ମିଡିଆରେ ବି ଏହି ଖବର ଏବେ ଖୁବ ଭାଇରାଲ ହେଉଛି ।
ଯେତେବେଳେ ପ୍ରଶଂସକମାନେ ଇନଷ୍ଟାଗ୍ରାମରେ ବିଜୟ ଦେବରାକୋଣ୍ଡାଙ୍କ ପ୍ରୋଫାଇଲକୁ ନୋଟିସ୍ କଲେ। ଅଭିନେତାଙ୍କ ଇନଷ୍ଟାଗ୍ରାମରେ ଫଲୋଇଂ କାଉଣ୍ଟ ‘ଜିରୋ’ ରହିଛି ଅର୍ଥାତ୍ ସେ କାହାକୁ ବି ଫଲୋ କରୁନାହାନ୍ତି ଯେଉଁଥିରେ ତାଙ୍କ ପତ୍ନୀ ରଶ୍ମିକା ମନ୍ଦାନା ମଧ୍ୟ ସାମିଲ ନାହାନ୍ତି। ଏହାକୁ ଆଧାର କରି କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିବାକୁ ଲାଗିଲେ ଯେ ଉଭୟ ପରସ୍ପରକୁ ଅନ୍ଫଲୋ କରିଦେଇଛନ୍ତି ଏବଂ ସେମାନଙ୍କ ସମ୍ପର୍କରେ ସମସ୍ୟା ଦେଖାଦେଇଛି। ତେବେ ଯେତେବେଳେ ତଦନ୍ତ କରାଗଲା ଜଣାପଡ଼ିଲା ଯେ ରଶ୍ମିକା ଏବେ ବି ଇନଷ୍ଟାଗ୍ରାମରେ ବିଜୟ ଦେବରାକୋଣ୍ଡାଙ୍କୁ ଫଲୋ କରୁଛନ୍ତି। କେବଳ ବିଜୟଙ୍କ ଆକାଉଣ୍ଟରେ ଫଲୋଇଂ ସଂଖ୍ୟା ଶୂନ ଥିବାରୁ ଏଭଳି ଭ୍ରମ ସୃଷ୍ଟି ହୋଇଛି।
ଏହି ଅନଲାଇନ୍ ଚର୍ଚ୍ଚା ପଛରେ ସେମାନେ ଯୋଗ ଦେଇଥିବା ରିଆଲିଟି ଶୋ’ ‘କଫି ୱିଥ୍ କରନ୍ ୯’ର କଥା ମଧ୍ୟ ଯୋଡ଼ାଯାଉଛି। ସେହି ଶୋ’ରେ ରଶ୍ମିକା ମଜାଳିଆ ଭାବରେ କହିଥିଲେ ଯେ ସେ ବିଜୟଙ୍କୁ ବିବାହ କରିବା ପାଇଁ ତାଙ୍କୁ ୧୦୦ ଥର ଆଇ ଲଭ୍ ୟୁ କହିଥିଲେ ଏବଂ ବର୍ଷେ ପର୍ଯ୍ୟନ୍ତ ସେ ତାଙ୍କୁ ବାରମ୍ବାର ବିବାହ ପାଇଁ କହିଥିଲେ ଯାହା ପରେ ବିଜୟଙ୍କୁ କିଛି ମାତ୍ରାରେ ଅନଲାଇନ୍ ଟ୍ରୋଲ୍ର ସମ୍ମୁଖୀନ ହେବାକୁ ପଡ଼ିଥିଲା।



