Breaking Newsଓଡ଼ିଶାରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଉପରେ ମନ୍ତବ୍ୟକୁ ନେଇ ବର୍ଷିଲେ ମନମୋହନ ସାମଲ

ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ରହିଛି ସ୍ୱତନ୍ତ୍ର ସ୍ଥାନ। ଗଣତନ୍ତ୍ରରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ଏହାର ଆଳରେ ନିଜର ମର୍ଯ୍ୟାଦା ଓ ରାଜନୈତିକ ଆଦର୍ଶକୁ ଉଲ୍ଲଂଘନ କରିବା ଠିକ୍ ନୁହେଁ। କଂଗ୍ରେସ ଅଧ୍ୟକ୍ଷଙ୍କ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ।

ମନମୋହନ କହିଛନ୍ତି, ଜଣେ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତାଙ୍କଠାରୁ ରାଷ୍ଟ୍ରୀୟ ସ୍ୱାଭିମାନ ଓ ଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଆଶା କରାଯାଏ। ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସୀମା ଭିତରେ ରହିବା ଆବଶ୍ୟକ। ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।ଏଥିସହ ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ, ଅରୁଣ ଜେଟଲୀ, ପ୍ରମୋଦ ମହାଜନ ଓ ସୁଷମା ସ୍ୱରାଜଙ୍କ ରାଜନୈତିକ ଯାତ୍ରାର ଉଦାହରଣ ଦେଇଛନ୍ତି ମନମୋହନ। ତାଙ୍କ କହିବା ଅନୁସାରେ, ଏହି ନେତାମାନଙ୍କ ରାଜନୈତିକ ଆଚରଣ ଓ ବକ୍ତବ୍ୟ ଜନଜୀବନରେ କାର୍ଯ୍ୟରତ ନେତାମାନଙ୍କ ପାଇଁ ଅନୁକରଣୀୟ।ଅନ୍ୟପଟେ, ଦୀର୍ଘ ବର୍ଷ ଧରି ଦେଶର ଶାସନ କରିଥିବା କଂଗ୍ରେସ ଏବେ କ୍ଷମତାରେ ନଥିବାରୁ ନିରାଶା ଓ ହତାଶାରେ ରହିଛି ବୋଲି ଅଭିଯୋଗ କରିଛନ୍ତି ମନମୋହନ ସାମଲ। ଏହାର ପ୍ରଭାବ କଂଗ୍ରେସର ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଥିବା ସେ କହିଛନ୍ତି।

ଏଭଳି ମନ୍ତବ୍ୟକୁ ନିନ୍ଦା କରିବା ସହ ରାଜନୈତିକ ଆଚରଣର ଉଚିତ ଜବାବ ଜନସାଧାରଣ ଦେବେ ବୋଲି ମଧ୍ୟ ମନମୋହନ ସାମଲ ପ୍ରକାଶ କରିଛନ୍ତି।କଂଗ୍ରେସ ଅଧ୍ୟକ୍ଷଙ୍କ ମନ୍ତବ୍ୟକୁ ନେଇ ମନମୋହନ ସାମଲଙ୍କ ଏହି ପ୍ରତିକ୍ରିୟା ପରେ ରାଜନୈତିକ ବାକ୍‌ଯୁଦ୍ଧ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ତେବେ ରାଜନୈତିକ ମତଭେଦ ମଧ୍ୟରେ ଭାଷା ଓ ମର୍ଯ୍ୟାଦାକୁ ନେଇ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା।

Related Articles

Back to top button