ରାଷ୍ଟ୍ରପତି ହେଲେ ଲୁଇଜ୍ ଇନାସିଓ ଲୁଲା

ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା। ୮୦ ବର୍ଷୀୟ ଲୁଲା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିଓ ବୋଲସୋନାରୋଙ୍କ ଠାରୁ ୪୪ ଲକ୍ଷ ଭୋଟ୍ରେ ଅର୍ଥାତ୍ ମୋଟ ଭୋଟ୍ର ୫୧.୮ ପ୍ରତିଶତ ଆଗୁଆ ଅଛନ୍ତି। ଏହି ବିଜୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୁଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଲୁଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ।
ଯେତେବେଳେ ପରାଜିତ ପ୍ରାର୍ଥୀ ବୋଲସୋନାରୋ ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ । ମତଦାନକୁ ଦୁଇ ଘଣ୍ଟା ବୃଦ୍ଧି କରିବାର ଶେଷ ମୁହୂର୍ତ୍ତର ନିଷ୍ପତ୍ତି ବ୍ରାଜିଲର ମତଦାନ କେନ୍ଦ୍ରଗୁଡ଼ିକରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି କରିଥିଲା।ଲୁଲାଙ୍କ ବିଜୟ ଲାଟିନ୍ ଆମେରିକାର ଏକ ଧାରା ବିପରୀତ ଯେଉଁଠାରେ ଟ୍ରମ୍ପଙ୍କ ନିକଟତର ବିବେଚିତ ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ପ୍ରାର୍ଥୀମାନେ ଲଗାତାର ଜିତି ଆସୁଥିଲେ ଏବେ ସେଠାରେ ଫଳ ଓଲଟା ହୋଇଛି ।
‘ଏକ୍ସ’ରେ ମୋଦି ଲେଖିଛନ୍ତି, “ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଲୁଲାଙ୍କୁ ଏହି ଉଲ୍ଲେଖନୀୟ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ବ୍ରାଜିଲ୍ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ ଓ ବ୍ୟାପକ କରିବା ପାଇଁ ତାଙ୍କ ସହ କାମ କରିବାକୁ ମୁଁ ଅପେକ୍ଷା କରିଛି। ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ସହ ଗ୍ଲୋବାଲ୍ ସାଉଥ୍ର ସାମୂହିକ ପ୍ରାଥମିକତାକୁ ଆଗକୁ ନେବେ ବୋଲି ସେ କହିଛନ୍ତି।




