ପାଣିପାଗବନ୍ୟା

ଏକାଥରକେ ଆସୁଛି ୩ଟି ସିଷ୍ଟମ !

ଭୁବନେଶ୍ୱର,ସମୁଦ୍ରରେ ଉଠୁଛି, ବିଶାଳ ଲହରୀ । ଘୂର୍ଣ୍ଣିବଳୟର ଭୟରେ ମଣିଷ । ଗୋଟିଏ ପଟେ ତାଇୱାନରେ ‘ଚାମ୍ପି’ ଘୂର୍ଣ୍ଣିବଳୟ, ଭୟଙ୍କର ପ୍ରଭାବ ଦେଖାଇଛି । ଅନ୍ୟପଟେ ସମୁଦ୍ର ଭିତରୁ, ତିନି ତିନିଟା ବାତ୍ୟା ସ୍ଥଳଭାଗକୁ ମାଡ଼ି ଆସୁଛି । ବଙ୍ଗୋପସାଗରରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଥିବା ନେଇ, ପାଣିପାଗ ବିଭାଗ କହିଛି । ଏହା ଅବପାତ, ଗଭୀର ଅବପାତ ପରେ, ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟା ,ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ । ଅକ୍ଟୋବର ୨୬ରୁ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ, ବର୍ଷା ବଢ଼ିବା ଆଶଙ୍କା ରହିଛି । କେଉଁଠି ସୁପର ଟାଇଫୁନ୍‌ର ତାଣ୍ଡବ, ତ ପୁଣି କେଉଁଠି ସମ୍ଭାବ୍ୟ ବାତ୍ୟାର ଆଶଙ୍କା ।  ତାଇୱାନରେ ‘ଚାଂପି’ ଘୂର୍ଣ୍ଣିବଳୟର, ପ୍ରଭାବ ଭୟଙ୍କର ହୋଇଛି । ଦ୍ୱୀପର ପୂର୍ବ ଉପକୂଳରେ ,ପ୍ରାୟ ୨୬ ଫୁଟ ଉଚ୍ଚତାର, ବିଶାଳ ସାମୁଦ୍ରିକ ଲହରୀ, ଦେଖିବାକୁ ମିଳିଛି ।

Related Articles

Back to top button