
ଭୁବନେଶ୍ୱର,ଆଇଏମଡିର ସୂଚନା ଅନୁସାରେ, ଅଗଷ୍ଟ ୨୦୨୬ରେ ଦେଶର ମୋଟ ବର୍ଷା, ଦୀର୍ଘକାଳୀନ ହାରର ୯୪ ପ୍ରତିଶତରୁ କମ୍ ରହିପାରେ। ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଏଲ୍ ନିନୋ ପ୍ରଭାବ ଜାରି ରହିଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବାର ଆଶଙ୍କା ରହିଛି। ତେବେ ଉତ୍ତର-ପଶ୍ଚିମ ଭାରତ, ଉତ୍ତର-ପୂର୍ବ, ପୂର୍ବ-ମଧ୍ୟ ଭାରତ ଓ ପୂର୍ବ ଉପଦ୍ୱୀପର କିଛି ଅଞ୍ଚଳରେ, ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ।ସେପ୍ଟେମ୍ବରରେ ପଜିଟିଭ୍ ଇଣ୍ଡିଆନ୍ ଓସିଆନ୍ ଡାଇପୋଲ୍ ସୃଷ୍ଟି ହେଲେ, ବର୍ଷା ବୃଦ୍ଧି ପାଇପାରେ ବୋଲି କିଛି ଜଳବାୟୁ ମଡେଲ୍ ସୂଚନା ଦେଉଛି। କୃଷି, ଜଳଭଣ୍ଡାର ଓ ଜଳ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ଦୁଇ ମାସର, ପାଣିପାଗ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।ଆଇଏମଡି କହିଛି, ଅଗଷ୍ଟ ଓ ସେପ୍ଟେମ୍ବର ମିଶିତ ମୌସୁମୀ ଋତୁର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବର୍ଷା ସ୍ୱାଭାବିକଠାରୁ କମ୍ ରହିବାର ସମ୍ଭାବନା ଅଛି।




