ଓଡ଼ିଶାପାଣିପାଗ

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ NDRFର ୧୧ଟି ଟିମ୍ ମୁତୟନ

ଭୁବନେଶ୍ୱର,ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ,ପ୍ରଥମ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’।ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପ୍ରସ୍ତୁତି, ଆରମ୍ଭ ହୋଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଓଡ୍ରାଫ୍, ଏନ୍ ଡିଆର୍ ଏଫ୍ ଓ ଅଗ୍ନିଶମ ଟିମ୍ କୁ ସଜାଗ ରଖାଯାଇଛି। ଜିଲ୍ଲାର ୧୧ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ ସହ, ରାସ୍ତା ଅବରୋଧ ହେଲେ ତୁରନ୍ତ ସଫା କରିବାକୁ ଜେସିବି ମେସିନ୍ ପ୍ରସ୍ତୁତ ରହିଛି। ସେହିପରି ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ, ଚିହ୍ନଟ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ମୁଣ୍ଡଳୀ ତୃତୀୟ ବାଟାଲିୟନ NDRF ପକ୍ଷରୁ, ୩୮୫ ଜଣ ଯବାନଙ୍କୁ ନେଇ ୧୧ଟି ଟିମ୍ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି। ଗତକାଲି ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ୪ଟି ଟିମ୍ ପଠାଯାଇଥିବା ବେଳେ ଆଜି ଛତିଶଗଡ଼ର ବସ୍ତର, ସୁକମା ଓ ବିଜାପୁରକୁ ୩ଟି ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ, ୪ଟି ଟିମ୍ ପଠାଯାଇଛି।

Related Articles

Back to top button