ଓଡ଼ିଶାକ୍ରୀଡ଼ା

ମହିଳା ହକି ଟିମ୍‌କୁ ୧୧ ଲକ୍ଷ ଦେଲେ ମୁଖ୍ୟମନ୍ତ୍ରୀ

ପୁରସ୍କାର ବର୍ଷା କଲେ ମୁଖ୍ୟମନ୍ତ୍ରୀ | ଏସିଆନ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫ୍ ଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳର ଅସାଧାରଣ ପ୍ରଦର୍ଶନ, ଦୃଢ଼ ସଂକଳ୍ପ ଓ ନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଐତିହାସିକ ସଫଳତା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି। ଭାରତୀୟ ହକିର ବିକାଶ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ସରକାର ସର୍ବଦା ଦୃଢ଼ ଭାବେ ସହଯୋଗ କରିଆସିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାକୁ ସମର୍ଥନ ଓ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Back to top button