ଏସିଏଫ ସୌମ୍ୟରଂଜନ ହତ୍ୟା ମାମଲା: ଗିରଫ ହୋଇପାରନ୍ତି ପତ୍ନୀ ବିଦ୍ୟାଭରତୀ !

ବିଦ୍ୟାଭାରତୀଙ୍କୁ ବଡ ଝଟକା। ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ । ହଁ ଆଂଜ୍ଞା ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଂଜନ ହତ୍ୟାକାଣ୍ଡ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କୁ ଲାଗିଛି ବଡ଼ ଝଟକା। ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ। ଏହାବ୍ୟତୀତ ମାମଲାରେ କେସ ଡାଏରି ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। ଛୁଟି ପରେ ପ୍ରଥମ ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏହି ମାମଲାରେ ପୂର୍ବରୁ ଜେଲରେ ଅଛନ୍ତି ତତ୍କାଳିନ ଡିଏଫଓ ଓ ରୋଷେୟା।
ଗତ ୨୦୨୧ ଜୁଲାଇ ୧୨ ତାରିଖ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା କାରଣରୁ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟିଥିବା ନେଇ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ କେବଳ ନୋଟିସ ଜାରି କରି ତଦନ୍ତ ଶେଷ କରିଥିଲା କ୍ରାଇମବ୍ରାଞ୍ଚ। ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ବାପା ଅଭିରାମ।ଏଥିରେ ବୋହୁ ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍ଓଙ୍କ ସଂପୃକ୍ତି ରହିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।




