ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ମା’ଙ୍କୁ ଶେଷ ବିଦାୟ

ଧୁମ୍ଧାମରେ ପୂଜାର୍ଚ୍ଚନା ପରେ ଏବେ ମା’ଙ୍କୁ ଦିଆଯାଇଛି ମେଲାଣି । ଗତକାଲିଠାରୁ ଆରମ୍ଭ ହୋଇଥିବା ଭସାଣି ଶୋଭାଯାତ୍ରା ଆଜି ସକାଳେ ମଧ୍ୟ ଜାରି ରହିଛି । ମା’ଙ୍କୁ ଶେଷ ବିଦାୟ ଦେବା ପାଇଁ କଟକର ଦେବୀଗଡ଼ା ନିକଟରେ ଜମିଛି ଭକ୍ତଙ୍କ ପ୍ରବଳ ଭିଡ଼ । ଢୋଲ, ମହୁରୀ ଓ ବାଜାର ତାଳେ ତାଳେ ଆଗକୁ ବଢ଼ୁଛି ଭସାଣି ଶୋଭାଯାତ୍ରା । ଚାରିଆଡ଼େ ଭକ୍ତିମୟ ପରିବେଶ । ମା’ଙ୍କୁ ମେଲାଣି ଦେବା ବେଳେ ଭକ୍ତଙ୍କ ମନରେ ରହିଛି ଭକ୍ତି ଓ ଭାବବିହ୍ୱଳତା ।
ବର୍ଷକ ପରେ ପୁଣି ମା’ଙ୍କ ଆଗମନକୁ ଅପେକ୍ଷା କରି ଭକ୍ତମାନେ ମା’ଙ୍କୁ ବିଦାୟ ଦେଉଛନ୍ତି । ଦେବୀଗଡ଼ାରେ ମା’ଙ୍କ ବିସର୍ଜନ ପାଇଁ ଚାଲିଛି ପ୍ରସ୍ତୁତି ।




