Breaking Newsଜାତୀୟ

ଭୟଙ୍କର ବସ୍ ଦୁର୍ଘଟଣା, ୬ ମୃତ ଓ ୩୦ରୁ ଅଧିକ ଆହତ

ଭୟଙ୍କର ବସ୍ ଦୁର୍ଘଟଣା। ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଛତିଶଗଡ଼ରେ ଘଟିଛି| ମନେନ୍ଦ୍ରଗଡ଼ରୁ କେଲହାରି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ପାହାଡ଼ ହଂସୱାହି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି।

ଦୁର୍ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ କେଲହାରି ହସ୍ପିଟାଲକୁ ନିଆଯାଇଛି। ମୃତକଙ୍କ ମଧ୍ୟରେ ବସ୍‌ର ମାଲିକ ମଧ୍ୟ ଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଅନ୍ୟପକ୍ଷରେ, ଦୁର୍ଘଟଣାର ଖବର ପାଇ ଉପଜିଲ୍ଲାପାଳ ଶଶି ଶେଖର ମିଶ୍ର ହସ୍ପିଟାଲରେ ପହଞ୍ଚିଥିଲେ। ସେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବସ୍‌ଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇଲା, ସେନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Related Articles

Back to top button