ଓଡ଼ିଶାମନୋରଞ୍ଜନ

ଫିକା ପଡିଲା ମେଲୋଡି । ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କୁ ଝୁରିଲେ ଦର୍ଶକ

ଓଡ଼ିଶାରେ ପାର୍ବଣ ଋତୁ ଆସିଲେ ବିଶେଷ କରି ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଲୋଡି ନାଇଟ୍‌ ବା ସଙ୍ଗୀତ ଆସରର କ୍ରେଜ୍‌ ସବୁଠାରୁ ଅଧିକ ଜମିଥାଏ। ବିଭିନ୍ନ ପୂଜା ମଣ୍ଡପ କମିଟି ପକ୍ଷରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାମୀଦାମୀ କଣ୍ଠଶିଳ୍ପୀ ଓ ଅର୍କେଷ୍ଟ୍ରା ଗ୍ରୁପ୍‌କୁ ନିମନ୍ତ୍ରଣ କରାଯାଇଥାଏ। ଓଲିଉଡର ଲୋକପ୍ରିୟ ଗାୟକ ଓ ଗାୟିକାମାନେ ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ପୂଜା ମଣ୍ଡପରେ ନିଜର ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥାନ୍ତି।

ଏହି ସଙ୍ଗୀତ ଆସରଗୁଡ଼ିକରେ କେବଳ ଆଧୁନିକ ଓଡ଼ିଆ କିମ୍ବା ସମ୍ବଲପୁରୀ ଗୀତ ନୁହେଁ, ବରଂ ସଦାବହାର ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତର ମଧ୍ୟ ବେଶ୍ ଚାହିଦା ରହିଥାଏ । ମାସକ ଆଗରୁ ବୁକ କରିଥାନ୍ତି ପୂଜା କମିଟି । ହେଲେ ଏଥର ସବୁ ଫିକା ପଡିଛି । ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କୁ ଝୁରିଥିଲେ ଦର୍ଶକ । କିନ୍ତୁ ଶୁଣିବାକୁ ମିଳିନଥିଲା ଏମାନଙ୍କ ସ୍ୱର। ଏହି ଦୁଇ ବିଶିଷ୍ଟ ସଙ୍ଗୀତ କଳାକାରଙ୍କ ଗୀତକୁ ମନେପକାଇ ତାଙ୍କୁ ଝୁରିଛନ୍ତି ଦର୍ଶକ ଓଡି଼ଶାର ପାର୍ବଣରେ ମେଲୋଡିରେ ମଞ୍ଚ ଦୁଲୁକାଉ ଥିବ ଏହି ଦୁଇ କଳାକାରଙ୍କୁ ଏବର୍ଷ ମଞ୍ଚରେ ଦେଖିବାକୁ ମିଳିନଥିଲା।

Related Articles

Back to top button