ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବିଦାୟ ନେବେ ମାଆ, ଭାବବିହ୍ୱଳ ଭକ୍ତ

ଜଗତଜନନୀଙ୍କ ଆଗମନରେ ଉତ୍ସବମୁଖର ଥିଲା । ହେଲେ ଆଜି ବିଦାୟ ନେବେ ମାଆ | ଆଜି ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଭସାଣୀ ଅନୁଷ୍ଠିତ ହେବ । ମାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ସରିଛି । ଚଳିତ ବର୍ଷ ଭସାଣୀ ଶୋଭାଯାତ୍ରାକୁ ଶୃଙ୍ଖଳିତ ଏବଂ ଶାନ୍ତପୂର୍ଣ୍ଣ କରିବା ପାଇଁ ଓଡ଼ିଶା ପୋଲିସ ଓ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଭସାଣୀ ଶୋଭାଯାତ୍ରାରେ ଡିଜେ ବ୍ୟବହାର ଉପରେ କଟକଣା ଲଗାଯାଇଛି ।

କଟକ ଓ ଭୁବନେଶ୍ୱରରେ ଭସାଣୀ ଶୋଭାଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସିସିଟିଭି ଲଗାଯାଇଛି । ଏଥି ସହିତ ଡ୍ରୋନ୍ ଟିମ୍ ଏବଂ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି । ଏହାଛଡ଼ା ପୂଜା ମଣ୍ଡପଗୁଡ଼ିକରେ ଅଗ୍ନି ନିରାପତ୍ତା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ମାଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ମଧ୍ୟ ନିର୍ମାଣ କରାଯାଇଛି ।

Related Articles

Back to top button