ନୁଡଲ୍ସ ନେଲା ଜୀବନ । ଜଣେ ଛାତ୍ରୀ ମୃତ

କିଛି ଦିନ ଆଗରୁ ନୁଡଲ୍ସ ଖାଇ ପୂରା ପରିବାର ସଫା ହୋଇଯାଥିଲେ । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଉ ଏବେ ପୁଣି ଜଣେ ନୁଡଲ୍ସ ଖାଇ ମୃତ୍ୟୁବରଂ କରିଥିବା ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ଶ୍ୱାସନଳୀରେ ନୁଡଲ୍ସ ଖଣ୍ଡ ଅଟକିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମନ୍ଦିର ଦର୍ଶନ ପରେ ଛାତ୍ରୀ ଜଣକ ନୁଡଲ୍ସ, ଆଇସ୍କ୍ରିମ୍ ଏବଂ ପରେ ଥଣ୍ଡା ପାନୀୟ ପିଇବା ୧୪ ବର୍ଷୀୟା ଛାତ୍ରୀଙ୍କ ପାଇଁ କାଳ ହେଲା ।
ଅଟୋ-ରିକ୍ସାରେ ଯାତ୍ରା କରୁଥିବା ସମୟରେ ସେ ବାନ୍ତି କରି ଅଚେତ ହୋଇଗଲେ । ତାଙ୍କ ପରିବାର ତାଙ୍କୁ କାସଗଞ୍ଜର ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରମାନେ କହିଛନ୍ତି ଯେ ମୃତ୍ୟୁର କାରଣ ସମ୍ଭବତଃ ନୁଡଲ୍ସ ଖଣ୍ଡ ଯାହା ତାଙ୍କ ଶ୍ୱାସନଳୀରେ ଅଟକି ଯାଇଥିଲା | ମୃତ ଛାତ୍ରୀ ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ସୋମବାର ନବମୀ ପୂଜା ପରେ, ତନୁ ସାଙ୍ଗମାନଙ୍କ ସହ ମିଶି ବାହାରକୁ ବୁଲିବାକୁ ଯାଇଥିଲେ । ସେଠାରେ ନୁଡଲ୍ସ ସହ ଅଲଗା ଜିନିଷ ବି ଖାଇଥିଲେ ।




