ଜାତୀୟ

ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ ।

ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଲେ ଅଭିନେତା । କିନ୍ତୁ ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି | ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫଙ୍କ ଉପରେ ବଡ଼ଧରଣର ଆକ୍ରମଣ ଉଦ୍ୟମ କରାଯାଇଛି। ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ୩ ଜଣ ଦୁର୍ବୃତ୍ତ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ହାତ ଥିବା ଦାବି କରାଯାଇଛି। ତେବେ ଏହି ଦାବିର ସତ୍ୟତା ନେଇ ପୁଲିସ ତଦନ୍ତ ଗୁରୁତ୍ୱପୂର୍ଣ୍ଣ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦ୍ୱୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଏକ ଭାଇରାଲ୍ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଛନ୍ତି। ଭିଡିଓରେ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରାଯାଇଥିବା ଦାବି କରି ଉକ୍ତ ବ୍ୟକ୍ତି କହିଛନ୍ତି ଯେ, ଟାଇଗର ସେମାନଙ୍କ ନିର୍ଦ୍ଦେଶକୁ ଅଣଦେଖା କରୁଥିଲେ ଏବଂ ସଲମାନ ଖାନ୍ ଙ୍କ ସହ କାମ କରୁଥିଲେ। ତେବେ ଭିଡିଓରେ କରାଯାଇଥିବା ଦାବିର ସତ୍ୟତା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି।

ଘଟଣା ସ୍ଥଳରେ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜୁହୁ ଏବଂ ବିଲେ ପାର୍ଲେ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ଫେରାର ୩ ଜଣ ଅଭିଯୁକ୍ତଙ୍କୁ ଖୋଜାଖୋଜି କରାଯାଉଛି। ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Related Articles

Back to top button