ଜାତୀୟ

ନଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର

୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନବନୀତମ ନଭି ପିଲ୍ଲାଇ | ତାଙ୍କ ନାମ ଘୋଷଣା କରାଯାଇଛି । ଶାନ୍ତି ଓ ଅନ୍ତର୍ଜାତୀୟ ଆଇନକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ତାଙ୍କ ଅବଦାନକୁ ଆଧାର କରି ନରୱେଜିଆନ୍ ନୋବେଲ କମିଟି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ଓ ମାନବାଧିକାର ସୁରକ୍ଷାରେ ତାଙ୍କ ଅବଦାନ ପାଇଁ ନରୱେଜିଆନ୍ ନୋବେଲ କମିଟି ଏହି ପୁରସ୍କାର ଘୋଷଣା କରିଛି।

ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ଭାରତୀୟ ତାମିଲ ବଂଶୋଦ୍ଭବ ପରିବାରରେ ଜନ୍ମିତ ପିଲ୍ଲାଇ ରୁଆଣ୍ଡା ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଏବଂ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଜାତିସଂଘର ମାନବାଧିକାର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।ନଭି ପିଲ୍ଲାଇ ଭାରତୀୟ ବଂଶୋଦ୍ଭବ। ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ଜାତିଗତ ଭେଦଭାବ ବା ରଙ୍ଗଭେଦ ଶାସନ ସମୟରେ ଏକ ତାମିଲ ଭାରତୀୟ ପରିବାରରେ ତାଙ୍କ ଜନ୍ମ ହୋଇଥିଲା। ସେ ଜଣେ ଆଇନଜୀବୀ। ନିଜ ଜୀବନରେ ସେ ଭେଦଭାବ, ପୃଥକୀକରଣ ଓ ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିଲେ।

Related Articles

Back to top button