
ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ପରେ କମ୍ପୁଛି କଲେଜ କ୍ୟାମ୍ପସ । ଆଉ ଦୋଷ ଲଦାଲଦି ହେଉଛନ୍ତି ଛାତ୍ର ନେତା ? ଲଢେଇ ଜୋରଦାର ଚାଲିଛି । ଭୋଟ ହାତେଇବାକୁ ବି ଲାଗିପଡ଼ିଲେଣି ସବୁ ଦଳର ନେତା । କିଏ ଅଧ୍ୟାପକ ଅଭାବକୁ ମୁଦ୍ଦା କରିଛି ତ , କିଏ ଛାତ୍ରୀଙ୍କ ସୁରକ୍ଷା ଏବଂ ହଷ୍ଟେଲ କୁ ନେଇ ମୁଦ୍ଦା କରିଛି । କିନ୍ତୁ ଏମାନଙ୍କ ଲଢେଇ ଭିତରେ ଏବେ ସମସ୍ତଙ୍କ ଫୋକସ ରହିଛି gen-z ଉପରେ ? କାହାକୁ ଭୋଟ ଦେବେ ? କାହାକୁ ନିଜର ନେତା ବାଛିବେ ? କାରଣ ଏବେ gen-z ଯୁଗ । ଏମାନେ ଚାହିଁଲେ ସବୁ କିଛି ଓଲଟପାଲଟ କରିପାରିବେ ।
ବିରୋଧୀ-ଶାସକ ଏବେଠୁ କାଦୁଅ ଫିଙ୍ଗାଫିଙ୍ଗି ହେଲେଣି । ବିଭିନ୍ନ ନାରାରେ ବି କମ୍ପିଲାଣି କଲେଜ କ୍ୟାମ୍ପସରେ । ଛାତ୍ର ସଂସଦ ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଛାତ୍ର ସଂସଦ ନିର୍ବାଚନ ହେଉଛି ମେରୁଦଣ୍ଡ । ଅଇଁଠୁରୀ ହିଁ ଛାତ୍ର ନେତା ତିଆରି ହୁଅନ୍ତି । ତେଣୁ ଛାତ୍ର ସଂସଦ ନିର୍ବାଚନରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି । ଆଉ ସବୁଦଳ ବି ବାଜି ମାରିବେ ବୋଲି ଦୃଢ଼ ମନରେ କହୁଛନ୍ତି । ହେଲେ କିଏ ମାରିବ ବାଜି , ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ନୋଟିଫିକେସନ୍ ପ୍ରକାଶ ପାଇବ। ଅକ୍ଟୋବର ୯ରେ ନୋମିନେସନ୍ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୫ରେ ଭୋଟଗ୍ରହଣ କରାଯିବ। ନିର୍ବାଚନରେ ବିଜୟୀ ହୋଇଥିବା ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ।




